‘ପାଟଣାଗଡ’ ଫିଲ୍ମକୁ ବିରୋଧ

ଅଭିଯୋଗ କଲେ ମୃତ ସୌମ୍ୟ ଶେଖରଙ୍କ ବାପା

ବଲାଙ୍ଗିର : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମାଣ ହେଉଥିବା ଫିଲ୍ମକୁ ବିରୋଧ କଲେ ମୃତ ସୌମ୍ୟ ଶେଖରଙ୍କ ବାପା ରବୀନ୍ଦ୍ର ସାହୁ। ଏନେଇ ସେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୌମ୍ୟ ଶେଖରଙ୍କ ବାପା ଅଧ୍ୟାପକ ରବୀନ୍ଦ୍ର ସାହୁ ଏ ସମ୍ପର୍କରେ ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଆଜି ଏକ ପ୍ରେସ୍‌ମିଟ୍‌ରେ ଅଧ୍ୟାପକ ଶ୍ରୀ ସାହୁ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୩ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ସାହୁ ଏବଂ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ପତ୍ନୀ ରୀମା ଗୁରୁତର ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଏହି ଘଟଣାର ମାଷ୍ଟର୍‌ମାଇଣ୍ଡ୍ ଅଧ୍ୟାପକ ପୁଞ୍ଜିଲାଲ ମେହେର ଗିରଫ ହୋଇ ଏବେ ଜେଲ୍ ହାଜତରେ ଅଛନ୍ତି।

ଏହି ଘଟଣାକୁ ଆଧାର କରି ଏକ ଦ୍ୱି-ଭାଷୀ ଫିଲ୍ମ (ଓଡ଼ିଆ- ତେଲୁଗୁ) ଭାଷାରେ ଫିଲ୍ମ “ପାଟଣାଗଡ଼” ନିର୍ମାଣ ହେଉଛି। ନିକଟରେ ଏହି ପିଲ୍ମର ଟିଜର୍ ରିଲିଜ୍‌ ହୋଇସାରିଛି। ଏବେ ଫିଲ୍ମଟି ବିବାଦରେ ଛନ୍ଦି ହୋଇପଡ଼ିଛି।

You might also like