ବିବାହ ପାଇଁ ମନା କରିବାରୁ ଝିଅର ପ୍ରେମିକ ସହ…

ସୁନ୍ଦରଗଡ଼: ଆତ୍ମସମ୍ମାନ ପାଇଁ ଝିଅର ପ୍ରେମିକକୁ ହତ୍ୟା କଲା ବାପା। ଗତକାଲି ସୁନ୍ଦରଗଡ ଜିଲ୍ଲା ଧରୁଅଡିହି ଥାନା ବେଜିଡିହି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ବେଜିଡିହି ଗାଁର ମୋହନ କିଶାନଙ୍କ ଝିଅଙ୍କ ସହ ସମ୍ବଲପୁର ଜିଲ୍ଲାର ବାମରା ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଉକ୍ତ ଯୁବକ ଜଣକ ବାରମ୍ବାର ଝିଅ ଘରକୁ ଆସି ଝିଅକୁ ନେଇ ୪-୫ଦିନ ପାଇଁ ବାହାରକୁ ନେଇଯାଉଥିଲା। ବାରମ୍ବାର ଏଭଳି ଘଟଣା ପରେ ମୋହନ ତାଙ୍କ ଝିଅକୁ ବିବାହ କରିବା ପାଇଁ କହିଥିଲେ। ମାତ୍ର ଉକ୍ତ ଯୁବକ ଜଣକ ବିବାହ ପାଇଁ ମନା କରିଥିଲେ।

ସବୁଦିନ ପରି ୨ ଦିନ ତଳେ ଯୁବକ ଜଣକ ଘରକୁ ଆସି ଝିଅକୁ ନେଇ ପଳାଇଯାଇଥିଲା। ଗତକାଲି ଘରକୁ ଦୁହେଁ ଫେରିବା ପରେ ବିବାହ କରିବାକୁ ମୋହନ କହିଥିଲେ। ହେଲେ ଯୁବକ ଜଣକ ପୁଣି ଅରାଜି ହେବାରୁ ତାକୁ ଖଟ ଖୁରାରେ ଯୁବତୀଙ୍କ ବାପା ଆକ୍ରମଣ କରିଥିଲେ।

ଏଥିରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଯୁବତୀ ଜଣକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଧରୁଆଡିହି ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରି ପଚରାଉଚୁରା ଚଳାଇଛି।

You might also like