ନିର୍ଦ୍ଦୟ ବାପା : ଝିଅକୁ କୂଅରେ ଫୋପାଡି ମାରିଲା

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛାଞ୍ଚୁଣିଆରେ ୧୩ଦିନର ଶିଶୁକୁ କୂଅରେ ପକାଇ ମାରିବା ଘଟଣାରେ ପୋଲିସ ଅଭିଯୁକ୍ତ ବାପା ଦୁଃଶାସନ ସାହୁକୁ ଗିରଫ କରିଛି। ଗତ ୬ ତାରିଖରେ ଦୁଃଶାସନଙ୍କ ୧୩ଦିନର ଶିଶୁ ହଠାତ ନିଖୋଜ ହୋଇଯାଇଥିଲା।

ପ୍ରଥମେ ଶିଶୁଟିକୁ କୁକୁର ନେଇଯାଇଥିବା ଖବର ପ୍ରଚାର ହୋଇଥିଲା। ତେବେ ପରଦିନ ଘର ପାଖ କୂଅରୁ ଝିଅର ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ଖୋଳତାଡ ପରେ ପୋଲିସ ଦୁଃଶାସନକୁ ନେଇ ପଚରାଉଚୁରା କରିଥିଲା। ତେବେ ତଦନ୍ତ ସମୟରେ ଶିଶୁକୁ ନିଜେ ଦୁଃଶାସନ ହିଁ କୂଅରେ ଫୋପାଡି ମାରିଥିବା ସ୍ୱୀକାର କରିଥିବା ପୋଲିସ କହିଛି।

ପୂର୍ବରୁ ଦୁଃଶାସନର ଗୋଟିଏ ଝିଅ ଥିଲା। ଏହାପରେ ପୁଣି ଏକ ଝିଅ ହେବାରୁ ଏଭଳି ପଦକ୍ଷେପ ନେଇଥିବା ଖମାର ପୋଲିସ ସୂଚନା ଦେଇଛି।

You might also like
Comments
Loading...