କଂସା ଥାଳି ଧରି ପାରାଦୀପ ତୈଳ ବିଶୋଧନାଗାର ଆଗରେ ଧାରଣାରେ ବସିଲେ ଆନ୍ଦୋଳନକାରୀ

ପାରଦୀପ: ପାରାଦୀପ ତୈଳ ବିଶୋଧନାଗାର ସାମ୍ନାରେ ଜମିହରା କୃଷକ ଏକତା ମଞ୍ଚ ପକ୍ଷରୁ ଅଭିନବ ଉପାୟରେ ଗଣଧାରଣା ଦିଆଯାଇଛି। ଆନ୍ଦୋଳନକାରୀମାନେ ନିଜ ପରିବାର ଲୋକଙ୍କୁ ଏଥିରେ ସାମିଲ କରାଇ ହାତରେ କଂସା ଥାଳି ଧରି ଧାରଣାରେ ବସିଛନ୍ତି।

ସ୍ଥାୟୀ ନିୟୁକ୍ତି ଦାବିରେ ଅହୋରାତ୍ର ଗଣଧାରଣା ଦେଇଛନ୍ତି ଆନ୍ଦୋଳନକାରୀ। ଗତ ୧ ତାରିଖରୁ ଚାଲିଥିବା ଏହି ଆନ୍ଦୋଳନର ଅନ୍ତ କରିବାକୁ ଜିଲ୍ଲା ପ୍ରଶାସନ ଏବଂ କଂପାନୀ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନନେବାରୁ ଆନ୍ଦୋଳନକାରୀ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।

ପ୍ରଶାସନ ଏବଂ କଂପାନୀ କର୍ତ୍ତୃପକ୍ଷ ଦାବି ନମାନିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆନ୍ଦୋଳନରେ ସ୍ଥାନୀୟ ଜିଲା ପରିଷଦ ସଦସ୍ୟ, ସରପଞ୍ଚ, ୱାର୍ଡମେମ୍ବର ବି ସାମିଲ ହୋଇଛନ୍ତି।

You might also like