ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର : ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ସ୍ଥଗିତ। ଆସନ୍ତା ମେ ୫ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ନବନିର୍ମାଣ କୃଷକ ସଂଗଠନ। ୪ ବିଜେଡି ବିଧାୟକଙ୍କ ସହ ଆଲୋଚନା ପରେ ସଂଗଠନ ଏହି ନିଷ୍ପତ୍ତି ନେଇଛି।
ବିଜେଡିର ୪ ବିଧାୟକ ସମୀର ଦାଶ, ଦିବ୍ୟରଂଜନ ମିଶ୍ର, ପ୍ରଶାନ୍ତ ମୁଦୁଲି ଓ ରବି ମହାପାତ୍ର ଯାଇ ଚାଷୀଙ୍କ ସହ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଗତ ୧୦ ଦିନ ଧରି ପିଏମଜିରେ ଅନଶନ ଚଳାଇଥିଲା ନବନିର୍ମାଣ କୃଷକ ସଂଗଠନ। ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ଗତ ୧୦ ଦିନ ଧରି ମହାତ୍ମାଗାନ୍ଧୀ ମାର୍ଗରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅନଶନ କରାଯାଇଥିଲା।
ଏହାସହ ଆଜି ଦିନ ୧୨ଟା ସୁଦ୍ଧା ସରକାର କୌଣସି ନିଷ୍ପତ୍ତି ନନେଲେ ବିଧାନସଭା ଘେରାଉ କରାଯିବ ବୋଲି ସଂଗଠନ ଧମକ ଦେଇଥିଲା।