ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି
ଭୁବନେଶ୍ୱର: ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଓ ସତ୍ୟାଗ୍ରହ କରିବେ ଚାଷୀ। ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀମାନେ ଭୁବନେଶ୍ୱରର ଲୋୟର ପିଏମଜିରେ ଅନଶନରେ ବସିବେ।
ଏଥିରେ ରାଜ୍ୟର ୧ ଲକ୍ଷରୁ ଅଧିକ ଚାଷୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
୩୬ ଲକ୍ଷ ଚାଷୀଙ୍କ ପାଇଁ ୨୦ ବର୍ଷ ବୟସରୁ ମାସିକ ୫ହଜାର ଟଙ୍କା ହିସାବରେ ବଜେଟରେ ବାର୍ଷିକ ୨୧ ହଜାର ୬୦୦ କୋଟି ଟଙ୍କା ପାରିତ ଦାବିରେ ଏହି ସତ୍ୟାଗ୍ରହ ଆରମ୍ଭ ହେବ।