ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କର କୃଷକ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଚାଷୀଙ୍କ ଲାଗି ଆରମ୍ଭ କରିଛନ୍ତି କୃଷକ ସଚେତନତା କାର୍ଯ୍ୟକ୍ରମ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ OUATରେ ଏହି  କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।  ଏହି କାର୍ଯ୍ୟକ୍ରମରେ ଉନ୍ନତ ପ୍ରଣାଳୀରେ ଚାଷ କରିବା ନେଇ ଚାଷୀଙ୍କୁ ସଚେତନ କରାଯିବ।

କାର୍ଯ୍ୟକ୍ରମ ଅନୁଯାୟୀ ୩୧୪ଟି ବ୍ଲକର ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବାର ଯୋଜନା ରହିଛି। ଦୈନିକ ପ୍ରତି ପଞ୍ଚାୟତର ୨ ଜଣ ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷିତ ଚାଷୀ ପଞ୍ଚାୟତ ସ୍ତରର ଅନ୍ୟ ଚାଷୀଙ୍କୁ ପ୍ରଶିକ୍ଷଣ ଦେବେ। ଆଜି କାର୍ଯ୍ୟକ୍ରମର ଶୁଭାରମ୍ଭ ବେଳେ ବଲାଙ୍ଗିର ଜିଲ୍ଲାର କିଛି ଚାଷୀଙ୍କ କଥା ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ।  ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଅଭାବୀ ବିକ୍ରି ଓ ଶୀତଳ ଭଣ୍ଡାର କଥା ଉଠାଇଥିଲେ ଚାଷୀ। ଚାଷୀଙ୍କ କଥା ଶୁଣି ସାରିବା ପରେ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଛନ୍ତି।

 

You might also like