ପ୍ରସିଦ୍ଧ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କ ପରଲୋକ

ଭୁବନେଶ୍ୱର: ପ୍ରସିଦ୍ଧ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କ ପରଲୋକ। ହୃଦଘାତରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।

ଗତକାଲି ରାତି ୨ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲ। ହେଲେ ଚିକିତ୍ସାଧିନ ଅବସ୍ଥାରେ ପ୍ରାୟ ସାଢ଼େ ୩ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Arabinda Muduli

ଖୋର୍ଦ୍ଧା ଜିଲ୍ଲା ଖଣତି ଗାଁରେ ଜନ୍ମ ହୋଇଥିବା ଅରବିନ୍ଦ ଭୁବନେଶ୍ୱରର ଭୀମଟାଙ୍ଗି ଅଞ୍ଚଳରେ ରହୁଥିଲେ। ଆଜି ମର ଶରୀର ପୈତୃକ ଘର ଖଣତିକୁ ନିଆଯିବା ସହ ପୁରୀ ସ୍ୱର୍ଗ ଦ୍ୱାରରେ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ବାଲି ଖେଳୁଥିଲେ, କଳା ସାଆନ୍ତେ, ଜଗା ପାଇଁ ନିତି ମଲିଫୁଲ ଖଞ୍ଜା ନା, ଭଳି ଅନେକ ସୁପରହିଟ ଓଡ଼ିଆ ଭଜନ ଗାଇ ସେ ଶ୍ରୋତାଙ୍କ ହୃଦୟ ଜିଣି ପାରିଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ଭଜନ ଜଗତରେ ଶୋକର ଛାୟା ଖେଳି ଯାଇଛି।

You might also like