ମନ୍ତ୍ରୀଙ୍କୁ ଭେଟିଲେ ନିଖୋଜ ବଣ୍ଡା ଛାତ୍ରଙ୍କ ମା ଓ ଭାଇ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କିସ୍ ଶିକ୍ଷାନୁଷ୍ଠାନରୁ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା ନିଖୋଜ ହେବା ଘଟଣାରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ପରିବାର ଲୋକେ। ରାମଚନ୍ଦ୍ରଙ୍କ ମା ଏବଂ ଭାଇ ଆଜି ଭୁବନେଶ୍ୱରରେ ମନ୍ତ୍ରୀ ରମେଶ ମାଝୀଙ୍କୁ ଭେଟିଛନ୍ତି। ପରେ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି ଘଟଣା ସମ୍ପର୍କରେ କିସ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ।

ଏନେଇ ଥାନାରେ ମାମଲା ହୋଇଥିବାରୁ ଘଟଣାର ତଦନ୍ତ ହେବ। ପିଲା କେଉଁ ପରିସ୍ଥିତିରେ ଯାଇଛି ଓ କେଉଁଠି ଅଛି ସେନେଇ ପୋଲିସ ଅନୁଧ୍ୟାନ କରୁଛି। ସେପଟେ ଭାଇ ଘରକୁ ନିଶ୍ଚୟ ଫେରିଆସିବେ ବୋଲି ଆଶାବାଦୀ ଅଛନ୍ତି ରାମଚନ୍ଦ୍ରଙ୍କ ଭାଇ।

ରାମଚନ୍ଦ୍ର ମାନ୍ଦ୍ରା ୨୦୧୫ରୁ ନିଖୋଜ ଅଛନ୍ତି। ଅନ୍ୟପଟେ କିସ୍ କର୍ତ୍ତୃପକ୍ଷ ପୂର୍ବରୁ କହିଥିଲେ ଛାତ୍ର ଜଣକ ଖରା ଛୁଟିରେ ଘରକୁ ଯାଇ ପାରିବାରିକ ଝଗଡ଼ା ପରେ କେଉଁଆଡେ ଚାଲିଯାଇଛନ୍ତି।

You might also like