ଶ୍ରେୟାସ ମୃତ୍ୟୁ ମାମଲା: ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ସମ୍ବଲପୁର ଗଡପୋଷର ଛାତ୍ର ଶ୍ରେୟାସ କେଶରବାନୀ ମୃତ୍ୟୁ ମାମଲାକୁ ୨ ମାସ ବିତିଥିଲେ ସୁଦ୍ଧା ବିଶାଖାପାଟନମ୍ ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଜେରା କରି ଛାଡି ଦେଇଛି।

ଏହାସହ ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଥିବା ୩୦୨ ଦଫାକୁ ପରିବର୍ତ୍ତନ କରାଯାଇ ୩୦୪ ଦଫା ଲଗାଇ ଚାର୍ଜସିଟ୍  ଦାଖଲ କରାଯିବ ବୋଲି ତଦନ୍ତକାରୀ ଭାଇଜାକ ପୋଲିସ ସୂଚନା ଦେଇଥିବା ଶ୍ରେୟାସଙ୍କ ବାପା କହିଛନ୍ତି।  ଯାହାକୁ ନେଇ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି।

ଅନ୍ୟପଟେ ଗତକାଲି ଶ୍ରେୟାସଙ୍କ ବାପାଙ୍କଠାରୁ ଫୋନ୍ ଯୋଗେ ସବିଶେଷ ତଥ୍ୟ ନେଇଛନ୍ତି ଭାଇଜାଗ ସିଆଇଡି। ଏଥିସହ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଶ୍ରେୟାସ ମୃତ୍ୟୁ ଘଟଣାରେ ତିନି ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କ ଅଭିଭାବକଙ୍କୁ ସିଆରପିସି ଧାରା ୪୧ ଅନୁସାରେ ନୋଟିସ୍ କରାଯିବ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ କହିଥିବା ଗୋବିନ୍ଦପୁର ଥାନା ଅଧିକାରୀ କହିଛନ୍ତି। ତେବେ କ୍ୟାମେରା ଆଗରେ ସେ କିଛି କହିବାକୁ ମନା କରିଦେଇଛନ୍ତି।

ବିଶାଖାପାଟନମରେ ଏକ  ଘରୋଇ ସ୍କୁଲରେ ଶ୍ରେୟାସ ପାଠ ପଢୁଥିଲେ।   ୨ମାସ ତଳେ ସହପାଠୀଙ୍କ ଦ୍ୱାରା ରାଗିଂରେ ସେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା।

You might also like