ଦୁଇ ନକଲି ପରୀକ୍ଷାର୍ଥୀ ଗିରଫ
ବାଲେଶ୍ୱର : ପରୀକ୍ଷା ଦେଉଥିବା ସମୟରେ ଦୁଇ ନକଲି ପରୀକ୍ଷାର୍ଥୀ ଗିରଫ। ଆଜି ବାଲେଶ୍ୱର ସରକାରୀ ଆଇ.ଟି.ଆଇ. ସେଣ୍ଟରରେ ଓ.ଜେ.ଇ.ଇ ଦ୍ୱିତୀୟ ସ୍ତର ଏଣ୍ଟ୍ରାନ୍ସ ପରୀକ୍ଷା ହେଉଥିଲା। ସେଣ୍ଟରରେ ୪୫୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ହଲ୍ରେ ଥିବା ପର୍ଯ୍ୟବେକ୍ଷକ ଧରିଥିଲେ।
ମିଳିଥିବା ସୂଚନା ଅନୁସାରେ, ଜଣେ ନକଲି ପରୀକ୍ଷାର୍ଥୀ ବିହାରର ପଙ୍କଜ କୁମାର। ସେ ସେହି ବିହାର ସାଙ୍ଗ ପ୍ରାନ୍ଥ ପ୍ରଶାନ୍ତଙ୍କ ପାଇଁ ପରୀକ୍ଷା ଦେଉଥିଲେ। ସେହିଭଳି ବାଲେଶ୍ୱର ଶେରଗଡର ବିନୋଦ କୁମାର ସିଂ, ପ୍ରଦୀପ୍ତ ମଣ୍ଡଳ ନାମକ ଜଣେ ଛାତ୍ରଙ୍କ ବଦଳରେ ପରୀକ୍ଷା ଦେଉଥିଲେ। ତାଙ୍କ ଦସ୍ତଖତ ନ ମିଶିବାରୁ ପର୍ଯ୍ୟବେକ୍ଷକ ସନ୍ଦେହ କରିଥିଲେ ଏବଂ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ତୁରନ୍ତ ପରୀକ୍ଷା କେନ୍ଦ୍ରରେ ପହଁଞ୍ଚି ଦୁଇ ନକଲି ପରୀକ୍ଷାର୍ଥୀଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।