ଖୋଲୁଛି ଜାଲ୍‌ ନୋଟ କାରବାରର ଗୁମର

ଭୁବନେଶ୍ୱର: ବାଂଲାଦେଶରୁ ବେଙ୍ଗାଲୁରୁ ଭାୟା ଓଡ଼ିଶା ଦେଇ ଟ୍ରେନରେ ଚାଲାଣ ହେଉଛି ଜାଲ୍ ନୋଟ। ୫୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ କମିଶନ ନେଇ ଏଜେଣ୍ଟ ବା କ୍ୟାରିୟରମାନେ ଚାଲାଣକାରୀଙ୍କ ପାଖରୁ ଗ୍ରାହକଙ୍କ ପାଖରେ ଏହି ନୋଟ୍ ପହଞ୍ଚାଉଛନ୍ତି।

ଶୁକ୍ରବାର ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ୍‌ରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଜଣେ ଯୁବକକୁ କାବୁ କରିବା ପରେ ଜାଲ୍ ନୋଟ କାରବାର ସମ୍ପର୍କରେ ସୁରାକ୍ ମିଳିଛି। ବାଂଲାଦେଶ ସୀମା ମାଲଦାରୁ ୩ ଲକ୍ଷ ଟଙ୍କା ମୂଲ୍ୟର ଜାଲ୍ ନୋଟ ନେଇ ଏହି ଯୁବକ ଜଣକ କାମାକ୍ଷା ଜଶଓ୍ୱନ୍ତପୁର ଏକ୍ସପ୍ରେସରେ ବେଙ୍ଗାଲୁରୁ ଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଉକ୍ତ ଯୁବକକୁ ଧରିଥିଲା।

ସେହି ଯୁବକ ନିକଟରୁ ୧୫ ଖଣ୍ଡ ୨ହଜାର ଟଙ୍କିଆ ନୋଟ ଜବତ ହୋଇଛି। ଅଭିଯୁକ୍ତ ଏକାଧିକ ବାର ଜାଲ୍ ନୋଟ ଚାଲାଣ କରିଥିବା ସ୍ୱୀକାର କରିଛି। ଏହି ଜାଲ୍ ନୋଟ ନେଟଓ୍ୱର୍କର ମୂଳରେ ପହଞ୍ଚିବା ପାଇଁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଖୋଳତାଡ଼ ଆରମ୍ଭ କରିଛି।

ବାଲାଂଦେଶରୁ ଆସୁଥିବା ଜାଲ୍‌ ନୋଟକୁ କ୍ୟାରିୟରମାନେ ସିଧାସଳଖ ମାଲ୍ କିଣିବା ନଚେତ୍ ଛୋଟ ଛୋଟ ଭେଣ୍ଡରଙ୍କ ସହାୟତାରେ ବଦଳାଇ ଥାଆନ୍ତି। ଗିରଫ ହୋଇଥିବା ଯୁବକ ଜଣକ ପୋଲିସ ଆଗରେ ଏକଥା ସ୍ୱୀକାର କରିଛି ।

ଅନ୍ୟପଟେ ପଡ଼ୋଶୀ ପାକିସ୍ତାନ ଓ ବାଂଲାଦେଶରୁ କୋଟି କୋଟି ଟଙ୍କାର ଜାଲ୍ ନୋଟ ଛପାଯାଇ ଭାରତୀୟ ବଜାରକୁ ଛଡ଼ାଯାଉଛି। ଆତଙ୍କବାଦୀ ସଙ୍ଗଠନ ଓ ଜାଲ୍‌ ନୋଟ ମାଫିଆ ବେଧଡ଼କ ଟଙ୍କା ଛାପି ଭାରତ ପଠାଉଥିବା ଜଣାପଡ଼ିଛି। ବେଆଇନ ଅନୁପ୍ରବେଶକାରୀ ଓ ଡିଲରଙ୍କ ଜରିଆରେ ଏହି କାରବାର ଚଳାଇଛନ୍ତି ନୋଟ ମାଫିଆ। ଭାରତୀୟ ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ରୀତିମତ ଏହି ଷଡ଼ଯନ୍ତ୍ର ଚାଲିଥିବା ବିଶେଷଜ୍ଞ କହିଛନ୍ତି।

ଜାଲ୍ ନୋଟ କାରବାର ଉପରେ ଅଙ୍କୁଶ ଲଗାଇବା ଥିଲା ନୋଟନ୍ଦୀର ପ୍ରମୁଖ ଉଦ୍ଦେଶ୍ୟ।  କିନ୍ତୁ ନୋଟନ୍ଦୀର କିଛି ମାସ ପରେ ପୁଣି ଜାଲ୍ ନୋଟ କାରବାର ବଢ଼ିବାରେ ଲାଗିଛି। ଗତ ୧୦ ଏପ୍ରିଲ ମାସରେ ବାଲେଶ୍ୱର ସମବାୟ ସମିତିରେ ଜମା କରାଯାଇଥିବା ୧ଲକ୍ଷ ଟଙ୍କା ଭିତରୁ ୪୪ ହଜାର ଟଙ୍କାର ଜାଲ୍ ନୋଟ ମିଳିଥିଲା। ସେଇ ମାସ ୧୫ ତାରିଖରେ ବାଲେଶ୍ୱର ସିମୁଳିଆରୁ ଜବତ ହୋଇଥିଲା ୪୪ ହଜାର ଟଙ୍କାର ଜାଲ୍ ନୋଟ। ଏହାର ଦୁଇ ଦିନ ପରେ ଅର୍ଥାତ ଏପ୍ରିଲ ୧୭ତାରିଖରେ ବୌଦ୍ଧ ଜିଲ୍ଲାରୁ ୧ଲକ୍ଷ ୬ହଜାର ଟଙ୍କାର ଜାଲ୍ ନୋଟ ଧରାପଡ଼ିଥିଲା। ଜାଲ୍‌ ନୋଟ କାରବାର ଅଭିଯୋଗ ନେଇ ଚଳିତ ବର୍ଷ ଏଯାଏଁ  କେବଳ ଓଡ଼ିଶାରୁ ୨୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।

 

ଆହୁରି ପଢ଼ନ୍ତୁ

ଆଜି ଭୁବନେଶ୍ୱରରୁ ୩୦୬ କରୋନା ପଜିଟିଭ୍ ଚିହ୍ନଟ

ଶିଶୁଙ୍କୁ କରୋନାରୁ ଆରୋଗ୍ୟ କରାଇବ ମା’କ୍ଷୀର

ପୋଲ ତଳକୁ ଖସି ପଡ଼ିଲା ୩୦ ଯବାନଙ୍କୁ ନେଇ ଯାଉଥିବା ବସ୍

ବିଦ୍ୟୁତ କାଟକୁ କେନ୍ଦ୍ର କରି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

‘ଓଡ଼ିଶାର ସ୍ଵାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ିି ଯାଇଛି’

‘କରୋନା କଣ ଆମେ ଜାଣିନୁ’

‘ଉଦ୍ଦେଶ୍ୟମୂଳକ ଭାବେ ଓଟିଭିର ଛବି ମଳିନ କରିବାକୁ ଅପଚେଷ୍ଟା ହେଉଛି’

କଟକର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

ପୋଖରୀରୁ ମିଳିଲା ନିଖୋଜ ମା’ଙ୍କ ସମ୍ପର୍କରେ ଅଭିଯୋଗ କରିବାକୁ ଆସିଥିବା ଝିଅର ମୃତଦେହ

୨୪ ଘଣ୍ଟାରେ ଓଡ଼ିଶାରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ଦିନକରେ ୪,୨୪୨ ପଜିଟିଭ୍‌ ଚିହ୍ନଟ

ଦିଅର-ଭାଉଜଙ୍କ ବିବାହକୁ ବିରୋଧ: ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ, ଭିଡିଓ ଭାଇରାଲ

You might also like