ଜାଲ୍‌ ନୋଟ ରାକେଟ୍ ଠାବ: ୪୨ ହଜାର ୫ ଶହ ନକଲି ଟଙ୍କା ଜବତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଜାଲ୍‌ ନୋଟ ରାକେଟ ଠାବ ହୋଇଛି। ଜାଲ୍‌ ନୋଟ କାରବାର ଅଭିଯୋଗରେ ବୀରମହାରାଜପୁର ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏଥି ସହିତ ସେମାନଙ୍କଠାରୁ ୪୨ ହଜାର ୫ ଶହ ନକଲି ଟଙ୍କା ଜବତ କରିଛି ପୋଲିସ।

ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡାର ରଞ୍ଜିତ ନାଏକ, ଗୁଡ଼ଭେଲିପଦରର ରାଜେଶ କୁମାର ସାହୁ, ସୁବର୍ଣ୍ଣପୁର ପାଣିସିଆଲି ଗାଁର ସର୍ବେଶ୍ୱର ମିଶ୍ର। ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ରାମାନନ୍ଦ ପଧାନ ଏବେବି ଫେରାର ରହିଛି।

ଗତ ୧୪ ତାରିଖରେ ଠେଙ୍ଗୋ ଅଞ୍ଚଳରେ ଅଭିଯୁକ୍ତମାନେ ୪୦ ହଜାର ୫ ଶହ ଟଙ୍କାରେ ୪ଟି ଛେଳି କିଣିଥିଲେ। ବିକ୍ରେତାମାନେ ଉକ୍ତ ଟଙ୍କା ନକଲି ବୋଲି ଜାଣିବା ପରେ ଏନେଇ ବୀରମହାରାଜପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିବା ସହ ୪୨ ହଜାର ୫ ଶହ ଟଙ୍କା ଜବତ କରିଛି। ବୌଦ୍ଧ ଜାଲ୍‌ ନୋଟ କାରବାର ଘଟଣା ସହ ଏହାର ଲିଙ୍କ୍‌ ଥିବା ପୋଲିସ କହିଛି।

You might also like