IAS କହି ବାହା ହେଉଥିଲେ!

ଭଦ୍ରକ: ପୋଲିସ ହାବୁଡ଼ରେ ଧରାପଡିଲା ନକଲି IAS ।  ନିଜକୁ  IAS ଅଧିକାରୀ କହି ବିବାହ କରିଥିବା ଜଣେ ଯୁବକଙ୍କୁ ଖୁଣ୍ଟା ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ରଜତ୍‌ ପଣ୍ଡା। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେରେ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ଯୁବକ ଜଣକ ନିଜକୁ IAS ଅଧିକାରୀ କହି ୧୫ ଦିନ ତଳେ ଜଣେ ଆଶାକର୍ମୀଙ୍କୁ ବିବାହ କରିଥିଲେ। କେବଳ ଯେ ଏହି ଆଶକର୍ମୀଙ୍କୁ ନୁହେଁ ବରଂ ସେ ନିଜକୁ  IAS ଅଧିକାର କହି ଏକାଧିକ ଥର ବାହା ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ସେ ଚାକିରି କରାଇ ଦେବା ନାଁରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।

ଏନେଇ ପୋଲିସ ଖୋଳତାଡ ପରେ ଅଭିଯୁକ୍ତକୁ ଦାମୋଦରପୁର ଅଞ୍ଚଳରୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ପୂର୍ବରୁ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଜଣାପଡ଼ିଛି।

You might also like