ନକଲି ଗୁଟ୍‌ଖା କାରଖାନା ଠାବ; ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ନକଲି ଜର୍ଦ୍ଦା ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚନ୍ଦନବଜାର ଓ ସରକାରନଗର ଅଞ୍ଚଳରୁ ନକଲି ଗୁଟ୍‌ଖା କାରଖାନା ଠାବ କରାଯାଇଛି। ଦୀର୍ଘ ଦିନରୁ ନକଲି ଗୁଟ୍‌ଖା କାରଖାନା ଚାଲିଥିବା ନେଇ ସୂଚନା ମିଳିବା ପରେ ପୁଲିସ୍‌ ଚଢ଼ଉ କରିଥିଲା।

କାରଖାନାରୁ ଲକ୍ଷାଧତ୍କ ଟଙ୍କାର ଯନ୍ତ୍ରାଂଶ ଏବଂ ନକଲି ଜର୍ଦ୍ଦା ଜବତ ସହ ୪ଜଣଙ୍କୁ ଅଟକ ରଖି ପୁରୁଣା ବଜାର ପୁଲିସ୍‌ ପଚରାଉଚରା କରୁଛି।

ବିଭିନ୍ନ ବ୍ରାଣ୍ଡ୍‌ର ଲେବଲ୍ ଲଗାଇ ବଜାରକୁ ନକଲି ଗୁଟ୍‌ଖା ଛଡ଼ା ଯାଉଥିଲା। ଗତବର୍ଷ ବି ଭଦ୍ରକରେ ନକଲି ଗୁଟ୍‌ଖା କାରଖାନା ଠାବ ହୋଇଥିଲା।

You might also like