ଚାନ୍ଦିଲିରୁ ଜାଲ ନୋଟ ଜବତ, ୩ ଜଣ ଗିରଫ

ରାୟଗଡ଼ା : ରାୟଗଡ଼ା ଚାନ୍ଦିଲିରୁ ଜାଲ ନୋଟ ଜବତ। ଏଠାରେ ଜାଲନୋଟ କାରବାର କରୁଥିବା ଅଭିଯୋଗରେ ବାପ ପୁଅ ସମେତ ୩ ଜଣଙ୍କୁ ଗିରଫ କରିଛି ଚାନ୍ଦିଲି ପୋଲିସ। ଗିରଫ ଅଭିଯୁକ୍ତ ହେଲେ କୋଲନରା ଗାଁର ରଞ୍ଜନ ଜେନା, ତାଙ୍କ ପିତା ଦଶମନ୍ତ ଜେନା ଏବଂ ପୁଟାସିଂ ଗାଁର ରାଜକୁମାର ପାଣି।

ଗତକାଲି ରାତିରେ ଏମାନେ ଜିଞ୍ଜଲିବାଡ଼ି ଗାଁରେ ଚୈତ୍ର ଯାତ୍ରା ଚାଲିଥିବା ବେଳେ ବିଭିନ୍ନ ଦୋକାନରେ ଜାଲ ନୋଟ ବଦଳ କରୁଥିଲେ। ସନ୍ଦେହ କରି ଲୋକେ ଏମାନଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ଏହି ୩ ଜଣଙ୍କଠାରୁ ୯ଟି ୫୦୦ ଟଙ୍କିଆ ଜାଲ ନୋଟ, ବଦଳ ହୋଇଥିବା ୧୦ ହଜାର ଟଙ୍କା ସମେତ ୩ଟି ମୋବାଇଲ ଜବତ କରିଥିଲା ପୋଲିସ୍‌।

ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଜାଲ ନୋଟ କାରବାରର ଚେର ଆନ୍ଧ୍ର ପ୍ରଦେଶ ପର୍ଯ୍ୟନ୍ତ ଚାଲିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି।

You might also like
Comments
Loading...