୧ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜାଲ୍ ନୋଟ୍ ଜବତ
ବୌଦ୍ଧ : ବୌଦ୍ଧରେ ଜାଲ୍ ନୋଟ୍ ରାକେଟ୍ର ପର୍ଦ୍ଦାଫାସ୍। ଜାଲ ନୋଟ୍ କାରବାର କରୁଥିବା ଅଭିଯୋଗରେ ପୋଲିସ ୪ ଜଣକୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ ୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିଛି ପୋଲିସ।
ଏଥିସହ ପ୍ରିଣ୍ଟର, ଲାପଟପ୍ ଓ ଏକ କାର ଜବତ କରାଯାଇଛି। ଅଭିଯୁକ୍ତମାନେ ବରଗଡ଼, ବୌଦ୍ଧ ଓ ସୋନପୁର ଜିଲ୍ଲାର ବୋଲି ଜଣା ପଡ଼ିଛି। ବୌଦ୍ଧ ଜିଲ୍ଲାରୁ ସାରା ଓଡ଼ିଶାକୁ ଜାଲ ନୋଟ କାରବାର ବ୍ୟାପିଥିବା ସୁରାକ ପାଇଛି ପୋଲିସ।