ବଜାରରେ ନକଲି ଅମୁଲ୍‌ ବିକ୍ରି ନେଇ ଅଭିଯୋଗ

ଜଗତସିଂହପୁର: ଅମୁଲ୍‌ର ପ୍ୟାକିଂ ଭଳି ଆଖିକି ପୂରା ଦିଶୁଛି, କିନ୍ତୁ ସୁଜି ଦାନା ଭଳି ଲାଗିବା ସହ ପାଣିରେ ପକାଇ ଦେଲେ ସାଙ୍ଗେ ସାଙ୍ଗେ ମିଳେଇ ଯାଉଛି। ଏମିତି କିଛି ଅଭିଯୋଗ ଆଣିଛନ୍ତି ଜଗତ୍‌ସିଂହପୁର ଅଞ୍ଚଳର ଜଣେ ବ୍ୟକ୍ତି।

ଉକ୍ତ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ସ୍ଥାନୀୟ କଲେଜ ଛକ ନିକଟରେ ଥିବା ଏକ ଦୋକାନରୁ ସେ ୧ କି.ଗ୍ରା. ଅମୁଲ୍‌ ପ୍ୟାକେଟ୍‌ କିଣିଥିଲେ। ହେଲେ ଘରେ ଚା’ କରିବା ପାଇଁ ପ୍ୟାକେଟ୍‌କୁ ଖୋଲିବାରୁ ସେ ଦେଖିଲେ ଯେ ଏହା ଅମୁଲ୍‌ ଭଳି ଦିଶୁଛି ସତ କିନ୍ତୁ ଅମୁଲ୍‌ର ସ୍ୱାଦ ନାହିଁ। ଏପରିକି ପାଣିରେ ମିଶାଇଲେ ଏହା ସାଙ୍ଗେ ସାଙ୍ଗେ ମିଳେଇ ଯାଉଛି ଓ ଏହା ସୁଜି ଦାନା ପରି ଲାଗୁଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଦୋକାନୀକୁ ଉକ୍ତ ବ୍ୟକ୍ତି ଜଣକ ପଚାରିବାରୁ ଏହାକୁ ସେ ହୋଲ୍‌ସେଲର ଠୁ ଆଣିଥିବା କହିଥିଲେ। ତେବେ ଏହା ନକଲି ଅମୁଲ୍‌ କି ଏକ୍ସପାଇରୀ ହୋଇଯାଇଥିବା ଅମୁଲ୍‌ ତାହା ସ୍ପଷ୍ଟ ହୋଇନାହିଁ।

ଏହାର ତଦନ୍ତ କରାଯାଇ ଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

 

You might also like