ଲୋଭ ଓ ଲାଭ ପାଇଁ ଦଳ ଛାଡୁଛନ୍ତି କଂଗ୍ରେସ ନେତା : ପିସିସି ସଭାପତି ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର : ଲୋଭ ଆଉ ଲାଭ ପାଇଁ ଦଳ ଛାଡୁଛନ୍ତି କଂଗ୍ରେସ ନେତା। କଂଗ୍ରେସ ଦଳ ଛାଡୁଥିବା ନେତାଙ୍କ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ପ୍ରସାଦ କହିଛନ୍ତି ଏହାଦ୍ୱାରା କଂଗ୍ରସ ଦଳ ଦୁର୍ବଳ ହେବନି, ବରଂ ଲୋକେ ସେମାନଙ୍କୁ ଉଚିତ ଜବାବ ଦେବେ।

ଏପ୍ରିଲ ୨ତାରିଖରେ ଭାରତ ବନ୍ଦ ସମୟରେ ହୋଇଥିବା ହିଂସାକାଣ୍ଡକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆଜି ଅନୁଷ୍ଠିତ ଦିନିକିଆ ଉପବାସ ଧାରଣା ବେଳେ ପ୍ରସାଦ ଏହା କହିଛନ୍ତି। ତାସହ କହିଛନ୍ତି ଯେ, ଖୁବଶୀଘ୍ର କଂଗ୍ରେସର ନବକଳେବର ହେବାକୁ ଯାଉଛି। ଆଗକୁ କଂଗ୍ରେସ ମଜବୁତ ହେବା ସହ ଦଳର ନେତାମାନେ ଏକାଠି ହୋଇ ଲଢ଼ିବେ। ଦଳ ଖୁବଶୀଘ୍ର ଲୋକଙ୍କ ଆସ୍ଥାଭାଜନ ହେବ ବୋଲି କହିଛନ୍ତି ପ୍ରସାଦ।

You might also like
Comments
Loading...