କେରଳରେ OTV

କୋଚି: କେରଳରେ  ଛାଡ଼ିଯାଇଛି ବର୍ଷା, ହେଲେ ବଢିଛି ଲୋକଙ୍କ ଦୁର୍ଦ୍ଦଶା। ଏବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଓ ସେନା କର୍ମଚାରୀ ଲାଗି ପଡିଛନ୍ତି। ରିଲିଫ ସାମଗ୍ରୀ କିପରି ବିପନ୍ନଙ୍କ ପାଖରେ ପହଞ୍ଚିପାରିବ, ତା ଉପରେ ଫୋକସ୍ କରାଯାଇଛି।

ଏବେ ବି ବନ୍ୟା ଘେରରେ ଫସିଛନ୍ତି ଶହଶହ ଓଡ଼ିଆ। ଏଭଳି ସ୍ଥିତିରେ କେରଳର ଗ୍ରାଉଣ୍ଡ ଜିରୋରେ ଓଟିଭି ଟିମ୍‌ ପହଞ୍ଚିଛନ୍ତି। ତ୍ରିଭାନ୍ଦ୍ରମ୍‌ରେ ଅଟକି ରହିଥିବା ବୁଣାକାରଙ୍କୁ ଟିମ୍‌ ଭେଟିଛନ୍ତି। ଓର୍‌ମାସ୍‌ ପକ୍ଷରୁ ମେଳାକୁ ଯାଇ ୧୧ଟି ଜିଲ୍ଲାର ବୁଣାକାର ଫସି ରହିଛନ୍ତି।

ପ୍ରଳୟଙ୍କରୀ ବନ୍ୟା ପ୍ରକୋପରୁ ଏଯାଏ ନିସ୍ତାର ପାଇଁ ନାହାନ୍ତି କେରଳବାସୀ। କିଛି ଅଞ୍ଚଳରରେ ପାଣି କମୁଥିବାବେଳେ ଅନେକ ମୃତଦେହ ଉଦ୍ଧାର ହେଉଛି। ଇତି ମଧ୍ୟରେ କେନ୍ଦ୍ର ସରକାର କେରଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଏକ ‘ଗୁରୁତର ପ୍ରାକୃତିକ ବିପର୍ଯ୍ୟୟ’ ବୋଲି ଘୋଷଣା କରିଛନ୍ତି।

ଏପଟେ କେରଳ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଛି ଓଡ଼ିଶା IAS ଓ IPS ସଂଘ। ସଂଘ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ଦିନକର ଦରମା ଅର୍ଥ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଆହୁରି ମଧ୍ୟ ପଢ଼ନ୍ତୁ: କମୁଛି ପାଣି, ବଢ଼ୁଛି ଦୁର୍ଦ୍ଦଶା

You might also like