ଭୁବନେଶ୍ୱର : ରାଜ୍ୟର ପ୍ରତି ଜିଲ୍ଲାରେ ଖୋଲିବ ନୂଆ ଅବକାରୀ ଥାନା। ଏନେଇ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର ରୂପରେଖ ପ୍ରସ୍ତୁତ ହେବ। ଏହି ଅବକାରୀ ଥାନା ରାଜ୍ୟରେ ଚୋରା ନିଶା କାରବାର ଓ ମଦ କାରବାରକୁ ରୋକିବା ପାଇଁ କାର୍ଯ୍ୟ କରିବ।

ଏବେ ଅବକାରୀ ବିଭାଗ ପୋଲିସ ବିଭାଗ ସହ ମିଳିତ ଭାବେ କାର୍ଯ୍ୟ କରୁଥିବାବେଳେ ଆଗକୁ ଏହା ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବ ବୋଲି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି।  କଟକର ୪୮ତମ ରାଜ୍ୟ ଅବକାରୀ କ୍ରୀଡ଼ା ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି।

Other Stories