ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ପହଞ୍ଚିଲା EVM

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ପହଞ୍ଚିଲା EVM। ରାଜ୍ୟର ୧୩ଟି ଜିଲ୍ଲା ପାଇଁ ୩୦ ହଜାରରୁ ଉର୍ଦ୍ଧ୍ୱ EVM ଝାରସୁଗୁଡ଼ାରେ ପହଞ୍ଚିଛି।

ଝାରସୁଗୁଡ଼ା, କଟକ, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଜିଲ୍ଲା କେନ୍ଦୁଝର, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, ଗଞ୍ଜାମ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ଲାଗି ମୋଟ ୭୦ଟି କଣ୍ଟେନର୍‌ରେ ଏହି  EVM ଆସିଛି।

ଆସନ୍ତା ୧୭ ତାରିଖ ମଧ୍ୟରେ ଏହି ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନଗୁଡ଼ିକୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯିବ।

You might also like