ଇସ୍କନ ମନ୍ଦିର ସାମ୍ନାରେ ଜବରଦଖଲ ଉଚ୍ଛେଦ
ଭୁବନେଶ୍ୱର: ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନାରେ ବିଏମ୍ସିର ଜବରଦଖଲ ଉଚ୍ଛେଦ। ମନ୍ଦିର ସାମ୍ନାରେ ଥିବା ସମାଧି ପୀଠକୁ BMC, BDA ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କରାଯାଇଛି।
୩ଟି ଜେସିବିକୁ ଜବରଦଖଲ ଉଚ୍ଛେଦ କାମରେ ନିୟୋଜିତ କରାଯାଇଛି। ପୂର୍ବରୁ ବେଆଇନ ନିର୍ମାଣ ପାଇଁ ଗତ ୨୫ରେ ଇସ୍କନକୁ ବିଏମ୍ସି ନୋଟିସ୍ କରିଥିଲା।
ତେବେ ବିଏମ୍ସିର ଏହି ଉଚ୍ଛେଦକୁ ଇସ୍କନ ମନ୍ଦିର ଅନ୍ତେବାସୀ ଓ ଭକ୍ତ ବିରୋଧ କରିଛନ୍ତି। ଡ୍ରେନ୍ ଅବରୋଧ ଯୋଗୁଁ ଇସ୍କନ ଆଗରେ ସବୁବେଳେ ବର୍ଷା ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଥାଏ।
ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନାରେ ଜବରଦଖଲ ଉଚ୍ଛେଦ ଜାରି: ମନ୍ଦିର ସାମ୍ନାରେ ଥିବା ସମାଧି ପୀଠକୁ ଉଚ୍ଛେଦ କରାଯାଉଛି, BMC, BDA ପକ୍ଷରୁ ଉଚ୍ଛେଦ ଜାରି, ୩ଟି ଜେସିବି ଲାଗିଛି #Odisha pic.twitter.com/BA2A0Z5W2j
— ଓଟିଭି (@otvkhabar) 28 July 2018