ଆସନ୍ତା ୨୦ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା : ୫୭ଟି ସେଣ୍ଟରରେ ଖାତା ଦେଖିବେ ୧୩ହଜାର ୨୮୦ ଜଣ ନିରୀକ୍ଷକ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ସରିଛି। ଏଥର ମୋଟ ୫୭ଟି ସେଣ୍ଟରରେ ପରୀକ୍ଷା ଖାତା ଦେଖାଯିବ। ମୋଟ ୧୩, ୨୮୦ ଜଣ ନିରୀକ୍ଷକ ଖାତା ଦେଖାରେ ନିୟୋଜିତ ହେବେ।

ସେଣ୍ଟରରେ ସକାଳ ୯ଟା ୩୦ରୁ ଖାତା ଦେଖା ଆରମ୍ଭ ହେବ।  ୧୨ ଦିନ ଭିତରେ ସମସ୍ତ ଖାତାର ମୂଲ୍ୟାୟନ ଶେଷ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

You might also like