ପୁଣି ବଗି ଛାଡ଼ି ଇଞ୍ଜିନ୍‌ ଛୁ…

ପୁରୀ: ପୁଣି ଷ୍ଟେସନରେ ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ୍‌। ଆଉ ୫ କିଲୋମିଟର ଗଡ଼ିଗଲା ଇଞ୍ଜିନ୍। ପୁରୀ ଷ୍ଟେସନ୍‌ରେ ପୁରୀ-କଟକ ପାସେଞ୍ଜର ଟ୍ରେନ ୩ଟି ବଗିକୁ ଛାଡ଼ି ପ୍ରାୟ ୫ କିଲୋମିଟର ଚାଲିଯାଇଥିଲା।

ଏହା ଜଣାପଡ଼ିବା ପରେ ପୁଣି ପଛକୁ ଫେରିଥିଲା ଟ୍ରେନ୍। ଫଳରେ ଏକ ବଡ଼ଧରଣ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ।

ସୂଚନାଥାଉ କି, ଗତ ଏପ୍ରିଲ ୭ ତାରିଖରେ ରାତି ପ୍ରାୟ ୧୦ଟା ୫ ମିନିଟ୍‌ରେ ଟିଟିଲାଗଡ଼ ଷ୍ଟେସନ୍‌ରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍‌ର ଇଞ୍ଜିନ ବଦଳ ହୋଇଥିଲା।ଏହାପରେ ବିନା ଇଞ୍ଜିନରେ ୨୨ଟି ବଗି ଗଡ଼ିଥିଲା। ଟିଟିଲାଗଡରୁ କେସିଙ୍ଗା ୧୫ କିଲୋମିଟର ଗଡିଥିଲା ଏହି ଟ୍ରେନ। କେସିଙ୍ଗା ନିକଟରେ ବଗି ଗୁଡିକୁ ଅଟକାଯାଇଥିଲା।

ପଢ଼ନ୍ତୁ: ବର୍ତ୍ତିଗଲେ ଶହ ଶହ ଯାତ୍ରୀ

You might also like