କଟକରେ ଏନ୍‌କାଉଣ୍ଟର; ଅପରାଧୀ ଚିକୁ ଆହତ, ପିସ୍ତଲ ଓ ଗୁଳି ଜବତ

କଟକ: କଟକରେ ପୁଲିସ୍‌-ଅପରାଧୀ ଗୁଳି ବିନିମୟ। ସ୍ପେଶାଲ ସ୍କ୍ୱାଡ୍ ପୁଲିସ୍‌ ଏନ୍‌କାଉଣ୍ଟରରେ ଅପରାଧୀ ଅନୀଲ ବେହେରା ଓରଫ୍ ଚିକୁ ଆହତ ହୋଇଛି।  ଚିକୁର ଗୋଡ଼ରେ ଗୁଳି ବାଜିଛି ଏବଂ ତାକୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ପୁରୀଘାଟ ଥାନା ଅଞ୍ଚଳରେ ଏକ ଲୁଟ୍ ମାମଲାରେ ଚିକୁକୁ ପୁଲିସ୍‌ ଖୋଜୁଥିଲା। ଗତକାଲି ନୂଆପଡ଼ା ଅଞ୍ଚଳରେ ଚିକୁକୁ ଧରିବାକୁ ପୁଲିସ୍‌ ଚେଷ୍ଟା କରିବାରୁ ସେ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ଯାହାର  ଜବାବରେ ପୁଲିସ୍‌ ଚିକୁ ଉପରକୁ ଗୁଳି ଚଳାଇଥିଲା। ଚିକୁ ନିକଟରୁ ଗୋଟିଏ ପିସ୍ତଲ, ୨ ରାଉଣ୍ଡ ଗୁଳି ଓ ମୋବାଇଲ ଜବତ ହୋଇଛି।

You might also like