କେନ୍ଦ୍ରାପଡ଼ାରେ ପୁଣି ପୋଲିସ୍ ଏନ୍‌କାଉଣ୍ଟର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୁଣି ପୋଲିସର ଏନ୍‌କାଉଣ୍ଟର। ମାର୍ଶାଘାଇ ଅନ୍ତର୍ଗତ ଭଗବାନପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ସାହୁକୁ କେନ୍ଦ୍ରାପଡ଼ା ପୋଲିସ ଏନ୍‌କାଉଣ୍ଟର କରିଛି।

ଗତକାଲି ବିଭୁ ପାଟକୁରା ଅଞ୍ଚଳକୁ ଆସିଥିବା ଜାଣି ତାକୁ ଧରିବାକୁ କୋରୁଆ ଫାଣ୍ଡି ପୋଲିସ ଓ ସ୍ପେଶାଲ ସ୍କ୍ୱାଡ଼ ଟିମ୍‌ ରାତିରେ ଚଢ଼ାଉ କରିଥିଲେ। ହେଲେ ବିଭୁ ପୋଲିସ ଉପରକୁ ୩ ରାଉଣ୍ଡ  ଗୁଳି ଚଲାଇଥିଲା। ଏପହାପରେ ପୋଲିସ ପାଲଟା  ଜବାବ ଦେଇଥିଲା।  ପୋଲିସର ପାଲଟା ଜବାବରେ ବିଭୁର ଦୁଇଟି ଗୋଡ଼ରେ ଗୁଳି ବାଜିଛି।

ଗୁରୁତର ଅବସ୍ଥାରେ ବିଭୁକୁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।  ହତ୍ୟା, ଦାଦାବଟି, ବୋମାମାଡ଼ ଭଳି ମାମଲାରେ ବିଭୁ ନାଁରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ରହିଛି। ସୂଚନାଥାଉ କି, ଗତ ୯ ତାରିଖରେ ଡେରାବିଶରେ ଏସ. କେ. ଲାଲା ନାମକ ଜଣେ ଅପରାଧୀକୁ ପୋଲିସ୍‌ ଏନ୍‌କାଉଣ୍ଟର କରିଥିଲା।

You might also like