ସୁରକ୍ଷା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ନାବାଳିକା ପ୍ରେମିକା

ବାଲେଶ୍ୱର: ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଦାବିରେ ବାଲେଶ୍ୱର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ନାବାଳିକା ପ୍ରେମିକା। କିଛି ଦିନ ତଳେ ନୀଳଗିରି ଅଞ୍ଚଳରେ ଏହି ନାବାଳିକା ଜଣକ, ତାଙ୍କ ପ୍ରେମିକଙ୍କ ସହ ମିଶି ଏକ ଭିଡିଓ ସୋସିଆଲ୍ ମିଡିଆରେ ଛାଡ଼ିଥିଲେ। ଯେଉଁଥିରେ ଉଭୟଙ୍କ ଜୀବନ ପ୍ରତି ବିପଦ ଥିବା ସେମାନେ ଦର୍ଶାଇଥିଲେ। ଏମିତିକି ନିଜ ଘର ଲୋକେ ଗୁଣ୍ଡା ପଠାଇ ମାରିଦେଇ ପାରନ୍ତି ବୋଲି ପ୍ରେମୀଯୁଗଳ ଭିଡିଓରେ କହୁଥିବା ଦେଖିବାକୁ ମିଳିଥିଲା। ହେଲେ ଆଜି ସକାଳୁ ବାଲେଶ୍ୱର ଏସ୍‌ପିଙ୍କ କାର୍ଯ୍ୟାଳକୁ ଆସି ସୁରକ୍ଷା ମାଗିଛନ୍ତି ସଂପୃକ୍ତ ନବାଳିକା। ଏନେଇ ନୀଳଗିରି ପୋଲିସକୁ ଅଧିକ ତଦନ୍ତ ପାଇଁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି।

You might also like