• translate
Odishatv Bureau

ରାଉରକେଲା: ସାବଧାନ ଅାପଣଙ୍କୁ ପିଛା କରୁଛନ୍ତି ଏଟିଏମ୍ ଲୁଟେରା। କେବେ ବି, କୌଣସି ସମୟରେ ଅାପଣଙ୍କ ବ୍ୟାଙ୍କ ଅାକାଉଣ୍ଟରେ କଳାକନା ବୁଲାଇ ଦେଇପାରନ୍ତି ଦୁର୍ବୃତ୍ତ। ରାଉରକେଲା ହକିଛକରେ ଏମିତି ଏଟିଏମ୍ ଡକାୟତି ଯୋଜନା ବେଳେ ୧୧ ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୋଲିସ। ଅାଉ ଜବତ କରିଛି ନଗଦ ୪ ଲକ୍ଷ ୨୦ ହଜାର ଟଙ୍କା ସହ ୧୬ଟି ମୋବାଇଲ୍, ବିଭିନ୍ନ ବ୍ୟାଙ୍କର ୯୫ଟି ଏଟିଏମ୍ କାର୍ଡ, ୧୧ଟି ବ୍ଲାଙ୍କ୍ ଏଟିଏମ୍ କାର୍ଡ, ୩ଟି ସ୍କିମର ମ୍ୟାସିନ୍, ୨ଟି କପି ରାଇଟର୍ ମ୍ୟାଗନେଟିକ୍ ଡିକୋଡର୍ ସହ ଯାନବାହନ ।

ଏମାନଙ୍କ ଲୁଟ୍‌ ତରିକା ବି ହୋସ୍ ଉଡ଼ାଇଲା ଭଳି। ଜାତୀୟ ରାଜପଥ କଡ଼ରେ ଥିବା ଏଟିଏମ୍ ଓ ଗ୍ରାମାଞ୍ଚଳ ଲୋକେ ଏମାନଙ୍କ ଟାର୍ଗେଟରେ। ଏଟିଏମ୍‌କୁ ଅାସୁଥିବା ଲୋକଙ୍କୁ ପିଛା କରି ସହାୟତାର ହାତ ବଢ଼ାନ୍ତି ଏମାନେ। ଅାଉ ଅତ୍ୟାଧୁନିକ ସ୍କିମରରେ ଚଟାପଟ୍ କାର୍ଡ ସ୍ୱାଇପ୍ କରି ଏଟିଏମ୍ କାର୍ଡରେ ଥିବା ମ୍ୟାଗନେଟିକ୍ ଟେପ୍‌ରେ ତଥ୍ୟକୁ ନେଇଯାଅାନ୍ତି।

vlcsnap-error003ପରେ ଲ୍ୟାପ୍‌ଟପ୍ କିମ୍ବା ନିର୍ଦ୍ଦିଷ୍ଟ ସଫ୍ଟୱୟାର୍ ଜରିଅାରେ ଡିକୋଡର ବ୍ୟବହାର କରି ନିଜ ପାଖରେ ଥିବା ବ୍ଲାଙ୍କ କାର୍ଡକୁ ତଥ୍ୟ ଟ୍ରାନସଫର କରିନିଅନ୍ତି। ତା’ ପୂର୍ବରୁ ପାସୱାର୍ଡକୁ ଅତି ଚତୁରତାର ସହ ଅାଦାୟ କରିଥାନ୍ତି ଅାଉ ସଂଗୃହୀତ ତଥ୍ୟ ଅାଧାରରେ ଟଙ୍କା ଗାଏବ କରିଦିଅନ୍ତି ଏମାନେ। ଏଭଳି ଢଙ୍ଗରେ ଏମାନେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ଗୁଜରାଟରେ ଲୁଟ୍ କରିଛନ୍ତି।vlcsnap-error001

ଏଭଳି ଲୁଟେରାଙ୍କ ଠାରୁ ବର୍ତ୍ତିବା ପାଇଁ ହେଲେ ଟଙ୍କା ଉଠାଇବା ସମୟରେ ପାଖରେ କାହାକୁ ରଖନ୍ତୁ ନାହିଁ। କୌଣସି ଅଜଣା ବ୍ୟକ୍ତିଙ୍କୁ ଏଟିଏମ୍ କାର୍ଡ କିମ୍ବା ପିନ୍ ନମ୍ବର ଦିଅନ୍ତୁ ନାହିଁ। କାର୍ଡ ସ୍ୱାଇପ୍ ପୂର୍ବରୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଭଲଭାବେ ଅନୁଧ୍ୟାନ କରନ୍ତୁ। ଯଦି ମନରେ କିଛି ସଂଶୟ ହେଉଛି ତେବେ ଅନ୍ୟ ଏଟିଏମ୍‌ ଯାଅାନ୍ତୁ।

Other Stories