ହାତୀଙ୍କ ଜଳ କ୍ରୀଡ଼ା

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତା କଡ଼ରେ ହାତୀଙ୍କ ଜଳ କ୍ରୀଡ଼ା। ଭରତପୁର ସଂରକ୍ଷିତ ଜଙ୍ଗଲ ପରିସରରେ ଥିବା ଜଳାଶୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।  କଳିଙ୍ଗ ଷ୍ଟୁଡିଓ ଛକ ରୁ ରେଣ୍ଟାଲ କଲୋନୀ ଛକକୁ ସଂଯୋଗ କରୁଥିବା ରାସ୍ତାର ବାମ ପାର୍ଶ୍ୱରେ ଥିବା ଜଳାଶୟରେ ପ୍ରାୟ ୪୫ ମିନିଟ୍‌ ଧରି ହାତୀମାନେ ଜଳ କ୍ରୀଡ଼ା କରୁଥିବା ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା।

ବନ ବିଭାଗ କର୍ମଚାରୀଙ୍କ କହିବା ଅନୁଯାୟୀ, ଭରତପୁର ଜଗନ୍ନାଥ ପ୍ରସାଦ ଜଙ୍ଗଲରେ ଥିବା ୫ଟି ହାତୀ ମଧ୍ୟରୁ ୨ଟି ହାତୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଚାଲି ଆସିଥିଲେ। ତେବେ ଅଭୟାରଣ୍ୟ ପରିସରରେ ହାତୀମାନେ ରହିଥିବାରୁ ଓ ତାରବାଡ଼ ତଥା ପଥର ପାଚେରି ଥିବାରୁ ହାତୀମାନେ ରାସ୍ତାକୁ ଆସିବାର କୌଣସି ଆଶଙ୍କା ନାହିଁ ବୋଲି ବନ ବିଭାଗ କହିଥିଲା।

ରାସ୍ତାକଡ଼ରେ ଏଭଳି ଦୃଶ୍ୟ ଦେଖିବାକୁ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

You might also like