ରାତିରେ ଘରେ ପଶି ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ
ସମ୍ବଲପୁର : ସମ୍ବଲପୁର ଯୁଯୁମରା ବ୍ଲକ ଭବାନୀପଲ୍ଲି ଗାଁରେ ହାତୀ ଆକ୍ରମଣ। ଏଥିରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଗତକାଲି ରାତିରେ ମହିଳା ଜଣଙ୍କ ଘରେ ଶୋଇଥିବା ବେଳେ ସ୍ଥାନୀୟ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ତାଙ୍କ ଘର ଉପରେ ଆକ୍ରମଣ କରିଥିଲା। ପରେ ମହିଳାଙ୍କୁ କଚାଡି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ହାତୀ ଆକ୍ରମଣରେ ଗାଁର ଅନେକ ଘର ଭାଙ୍ଗିଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। ଘଟଣା ପରେ ଆଜି ସକାଳେ ଜଙ୍ଗଲ ବିଭାଗ ଅଧିକାରୀ ଗାଁକୁ ଯାଇ ଅନୁଧ୍ୟାନ କରୁଛନ୍ତି।