ଘର ଭାଙ୍ଗି ଧାନ ଓ ଚାଉଳ ଖାଇଗଲେ ହାତୀ ପଲ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଉପଦ୍ରବ।  ଗତକାଲି ବିଳମ୍ବିତ ରାତିରେ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଗୋରୁମହିଷାଣୀ ଥାନା ଅଞ୍ଚଳରେ ଥିବା ଛତ୍ରମଣ୍ଡଳ ଗାଁରେ ହାତୀପଲ ଘର ଭାଙ୍ଗି ଦେଇଛନ୍ତି।

ଛତ୍ରମଣ୍ଡଳ ଗାଁରେ ୫ଟି ଘର ଭାଙ୍ଗି ଦେବା ସହ ଘରେ ଥିବା ଧାନ ଚାଉଳ ଖାଇ ଦେଇଛନ୍ତି।  ରାଇରଙ୍ଗପୁରରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡେଇବାରେ ଲାଗିଛି।

ହାତୀପଲ ଛତ୍ରମଣ୍ଡଳ ଗାଁ ନିକଟ ଜଙ୍ଗଲରେ ରହିଛନ୍ତି।  ଏହି ପଲରେ ୧୨ଟି ହାତୀ ଥିବା ଅନୁମାନ କରାଯାଉଛି।

You might also like