• translate
Odishatv Bureau

ବ୍ରହ୍ମଗିରି : ବ୍ରହ୍ମଗିରିରେ ହାତୀ ଆତଙ୍କ। ବ୍ରହ୍ମଗିରି ବ୍ଲକ ରାମଚନ୍ଦ୍ରପୁର ଲବଙ୍ଗସରରେ ଏକ ହାତୀ ଆଜି ସକାଳୁ ଆତଙ୍କ ସୃଷ୍ଟି କରିଛି। ହାତୀଟି ସାହୁପଡା, ଭଣ୍ଡାରୀକୁଦା ଗହୀରରେ ଧାନ ନଷ୍ଟ କରଥିଲା। ଏହାପରେ ହାତୀଟି ଲବଙ୍ଗସର ଆଡକୁ ଯାଇଥିଲା।

ଖବର ପାଇ ହାତୀ ଦେଖିବା ପାଇଁ ଅନେକ ଲୋକ ଏକାଠି ହୋଇଛନ୍ତି। ସେପଟେ ସ୍ଥାନୀୟ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀର ଗତିବିଧି ଅନୁଧ୍ୟାନ କରୁଛନ୍ତି। ହାତୀକୁ ଘଉଡାଇବା ପାଇଁ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ଲବଙ୍ଗସର ଆସୁଥିବା ସୂଚନା ମିଳିଛି।

Other Stories