ବଢ଼ୁଛି ହାତୀ ଉପଦ୍ରବ: ୧୦ ଦିନରେ ଗଲାଣି ୬ ଜୀବନ

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ହାତୀ ଉପଦ୍ରବରେ ୧୦ ଦିନ ଭିତରେ ୬ଜଣଙ୍କ ଜୀବନ ଗଲାଣି। ଗତକାଲି ସଦର ରେଞ୍ଜରେ କାଉଁରିଆପାଳ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। କାଉଁରିଆପାଳ, ବଉଳପୁର, ବାଙ୍ଗୁରିସିଂ, ଚାଉଳିଆ ଆଦି ଗାଁର ଲୋକମାନେ ହାତୀ ଭୟରେ ଘରୁ ପଦାକୁ ବାହାରୁ ନାହାଁନ୍ତି। ଏବେବି ଏହିସବୁ ଗାଁକୁ ୧୦୦ରୁ ଅଧିକ ହାତୀ ଘେରି ରହିଛନ୍ତି।

ଏହି ହାତୀମାନଙ୍କ ମଧ୍ୟରୁ ଗୋଟିଏ ହାତୀ ଟ୍ରେନ୍‌ ଧକ୍କାରେ ଆହତ ହୋଇ ଏଣେ ତେଣେ ବୁଲିଛି। ତେଣୁ ଲୋକମାନଙ୍କ ମନରେ ଭୟ ଜାତ ହେଉଛି। ଏ ଦିଗରେ ବନ ବିଭାଗ ସମ୍ପୂର୍ଣ୍ଣ ବେଫିକର ଥିବା ଅଭିଯୋଗ ହୋଇଛି। ସଂନ୍ଧ୍ୟା ପରେ ଘରୁ ନ ବାହାରିବାକୁ ଘୋଷଣା କରି ଚୁପଚାପ୍‌ ବସି ଯାଇଛି ବନ ବିଭାଗ। ଏହାକୁ ନେଇ ବନ ବିଭାଗ କହିଛି ଯେ, ଲୋକମାନେ ଆମ ଘୋଷଣାକୁ ମାନୁ ନ ଥିବାରୁ ହାତୀ ଆକ୍ରମଣର ଶିକାର ହେଉଛନ୍ତି।

You might also like