ଖତ ଖାଉଛି ବିଦ୍ୟୁତ୍ ଉପକରଣ
ଉଦଳା: ଖତ ଖାଉଛି ବିଦ୍ୟୁତ୍ ଉପକରଣ। ଅଚଳ ହୋଇ ପଡ଼ରହିଛି ଇଲେକ୍ଟ୍ରିକ୍ ଟାୱାର ସହ ଟ୍ରାନ୍ସଫର୍ମର। ୨୦୧୨ ମସିହାରେ କପ୍ତିପଦା ବ୍ଲକର ୮ ପଞ୍ଚାୟତବାସୀଙ୍କ ଲୋ ଭୋଲଟେଜ ସମସ୍ୟା ଦୂର ଲାଗି ଏଠାରେ ସବ୍ ଷ୍ଟେସନ ନିର୍ମାଣ ହୋଇଥିଲା। ହେଲେ ଏଯାଏଁ କାର୍ଯ୍ୟକାରୀ ହୋଇପାରୁନାହିଁ। ସେପଟେ ସବ୍ ଷ୍ଟେସନର ଘରଗୁଡ଼ିକର କାନ୍ଥ ଫାଟି ଆଁ କଲାଣି।
ଏହି ସବ୍ ଷ୍ଟେସନ ନିର୍ମାଣ ଲାଗି ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ପ୍ରଶାସନିକ ଉଦାସିନତା ଯୋଗୁଁ ଏହା କାର୍ଯ୍ୟକାରୀ କରାଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି। ସେପଟେ ସୁରକ୍ଷାରେ ଢିଲା ଯୋଗୁଁ ଅନେକ ଯନ୍ତ୍ରାଂଶ ଚୋରି ହୋଉଥିବା ମଧ୍ୟ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଭାଙ୍ଗିଯାଇଥିବା କିଛି ଯନ୍ତ୍ରାଂଶ ମରାମତି ପରେ ଖୁବ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ନେସ୍କୋ ଅଧିକାରୀ କହିଛନ୍ତି।