ନୂଅାପଡ଼ା : ଟଳିଲା ଅଘଟଣ। ଅଳ୍ପକେ ବର୍ତ୍ତିଲେ ଲୋକ। ନୂଅାପଡ଼ା ଜିଲ୍ଲା କୋମନାର ମୁଖ୍ୟ ବଜାରରେ ଅାଜି ଛିଣ୍ଡି ପଡ଼ିଥିଲା ଉଚ୍ଚଶକ୍ତି ସଂପନ୍ନ ୧୧ କେଭି ବିଦ୍ୟୁତ୍ ତାର। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ତଥାପି ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।
ଆହୁରି ପଢ଼ନ୍ତୁ
ଏଠାରେ ବାରମ୍ବାର ତାର ଛିଣ୍ଡୁ ଥିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଅାଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।