ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି। ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ନିର୍ବାଚନ ଲାଗି କେତେ ଟଙ୍କା ଖର୍ଚ୍ଚ ହେବ ହିସାବ ଦେବାକୁ ଚିଠି ଲେଖିଛନ୍ତି। ପୋଲିଂ ପାର୍ଟିର ଯାତାୟତ ଓ ବୁଥ୍ ଖର୍ଚ୍ଚର ହିସାବ ଦେବାକୁ ଏଥିରେ ନିର୍ଦ୍ଦେଶ  ଦିଆଯାଇଛି।

ସେହିପରି ଆଉ କଣ ଭିତ୍ତିଭୂମି ଆବଶ୍ୟକ ରହିଛି ଜଣାଇବାକୁ ମଧ୍ୟ ଚିଠିରେ ନିର୍ଦ୍ଦେଶ ରହିଛି। ଷ୍ଟ୍ରଙ୍ଗ୍ ରୁମ୍‌ର ସ୍ଥିତାବସ୍ଥା ଜଣାଇବାକୁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି।

You might also like