• translate
Odishatv Bureau

କୋରାପୁଟ : ସାମାନ୍ୟ ବାଉଁଶ ଗଛ କାଟି ଦେବାରୁ ବାପାମାଙ୍କୁ ପିଟିଲା ଉତ୍ତ୍ୟକ୍ତ ପୁଅ। ଆଉ ପୁଅ ବିରୋଧରେ ଅଭିଯୋଗ କରିବା ପାଇଁ ବୃଦ୍ଧା ପତ୍ନୀଙ୍କୁ ଟେକି ଟେକି ଆଣିଲେ ଜଣେ ବୃଦ୍ଧ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ ଥାନା ଅଞ୍ଚଳରେ।

ଅଭିଯୋଗ ଅନୁସାରେ, କୁସୁମିଗୁଡା ଗାଁରେ ସୋନୁ ହଳ ତାଙ୍କ ପୁଅକୁ ନଜଣାଇ ବାରିପଟେ ଥିବା ଏକ ବାଉଁଶ ଗଛ କାଟି ଦେଇଥିଲେ। ଏହି କାରଣକୁ ନେଇ ବାପ ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ପୁଅ ବାପମାଆଙ୍କୁ ବାଡେଇବା ସହ ଘରୁ ତଡି ଦେଇଥିଲା।

ଫଳରେ ଉପାୟ ଶୂନ୍ୟ ହୋଇ ବୃଦ୍ଧ ଜଣକ ତାଙ୍କ ସ୍ତ୍ରୀକୁ ଦୁଇ ହାତରେ ଟେକି ଟେକି ଆଣି ପହଞ୍ଚିଥିଲେ ଥାନାରେ। ଆଉ ପୁଅ ବିରୋଧରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ:ଖାଲରେ ପଡ଼ି ଚାଲିଗଲା ୪ ନାବାଳକଙ୍କ ଜୀବନ

Other Stories