ଏକ୍ତାଙ୍କ ଭାଲେନ୍ଟାଇନ୍
ମୁମ୍ବାଇ: ଟିଭି କ୍ୱିନ୍ ଏକତା କପୁରଙ୍କୁ ମିଳି ଯାଇଛି ତାଙ୍କ ଭାଲେନ୍ଟାଇନ୍। ଫିଲ୍ମ ଜଗତରେ ବେଶ ନାଁ କମେଥିବା ଏକତା ୪୨ ବର୍ଷର ହୋଇ ଯାଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ପ୍ରତିବର୍ଷ ଭାଲେନ୍ଟାଇନ୍ ଡେ’ ଆସିଲେ, ଏକତାଙ୍କ ସମ୍ପର୍କରେ କିଛି ନା କିଛି ଶୁଣିବାକୁ ମିଳିଥାଏ। କିଏ ତାଙ୍କ ଭାଲେନ୍ଟାନ୍ ତାକୁ ନେଇ ସୋସିଆଲ ମିଡିଆରେ ବେଶ ସରଗରମ ଚର୍ଚ୍ଚା ହୋଇଥାଏ। ହେଲେ ଏଥର ନିଜେ ଏକତା ତାଙ୍କ ଭାଲେନ୍ଟାନ୍ର ଫଟୋ ପୋଷ୍ଟ କରିନ୍ତି।
ଗତ ରବିବାର ଦିନ ଏକତା ଇଷ୍ଟାଗ୍ରାମରେ ତାଙ୍କର ଭାଲେନ୍ଟାଇନ୍ର ଫଟୋ ସେୟାର କରିଛନ୍ତି। ଯିଏ ଏକ ଫୁଲ ଧରିଥିବାର ଦେଖିବାକୁ ମିଳିଛି। ସେ ଆଉ କେହି ନୁହଁନ୍ତି, ଏକତାଙ୍କ ଭଣଜା ଲକ୍ଷ କପୁର। ଦେଢବର୍ଷର ଲକ୍ଷକୁ ଏକତା ତାଙ୍କର ଭାଲେନ୍ଟାଇନ୍ କହୁଛନ୍ତି।
ଲକ୍ଷ ଅଭିନେତା ତୁଷାର କପୁରଙ୍କ ପୁଅ। ଜୁନ୍ ୨୦୧୬ରେ ତାଙ୍କର ଜନ୍ମ ସରୋଗେସି ମାଧ୍ୟମରେ ହୋଇଥିଲା। ଏକତା ପ୍ରାୟ ସମୟ ଲକ୍ଷଙ୍କ ଫଟୋ ଇଷ୍ଟାଗ୍ରାମରେ ସେୟାର କରିଥାନ୍ତି।