ଚିଙ୍ଗୁଡ଼ି ତରକାରୀ ଖାଇ ଗୋଟିଏ ପରିବାରର ୮ ଅସୁସ୍ଥ

ବାଲେଶ୍ୱର: ଚିଙ୍ଗୁଡ଼ି ତରକାରୀ ଖାଇ ଗୋଟିଏ ପରିବାରର ୮ ଜଣ ଅସୁସ୍ଥ ହୋଇଥିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ମିର୍ଜାପୁର ଗାଁରେ ଏଭଳି ଅଘଟଣ ଘଟିଛି ।

ସୂଚନା ଅନୁସାରେ,ଏହି ଗାଁର ଏକ ପରିବାରର ୯ଜଣ ସଦସ୍ୟ ଚିଙ୍ଗୁଡି ତରକାରୀ ଖାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଝାଡାବାନ୍ତି ହୋଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖାଦ୍ୟ ବିଷାକ୍ତ କାରଣରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି।

 

You might also like