ସଡ଼କ ଦୁର୍ଘଟଣାରେ ୮ ଆହତ, ଜଣେ ଗୁରୁତର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ସଡ଼କ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲେ ବହୁ ଯାତ୍ରୀ। ସୋନପୁର-ସମ୍ବଲପୁର ରାସ୍ତାର ଅଇଁଲାଛାଟ ନିକଟରେ ଏହି  ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି।

ଆହତ ମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସଟି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

You might also like
Comments
Loading...