ଅାଜି ପବିତ୍ର ଇଦ୍ ଉଲ୍‌ ଜୁହା

ସମୂହ ପ୍ରାର୍ଥନା ଲାଗି ମସଜିଦ୍‌ରେ ଶ୍ରଦ୍ଧାଳୁଙ୍କ ସମାଗମ

ଭୁବନେଶ୍ୱର : ସାରା ରାଜ୍ୟରେ ଇଦ୍ ଉଲ ଜୁହାର ଉଲ୍ଲାସ। ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହାକୁ ଅାଜି ଧୁମ୍‌ଧାମରେ ମନାଇବେ ଇସ୍‌ଲାମ୍ ଧର୍ମାବଲମ୍ବୀ। ଏହି ଉପଲକ୍ଷେ ଅାଜି ରାଜ୍ୟର ସବୁ ମସ୍‌ଜିଦ୍ ଓ ଇଦ୍‌ଗା ମୈଦାନ୍ ଚଳଚଞ୍ଚଳ ହୋଇଉଠିଲାଣି। ସକାଳୁ ସକାଳୁ ସମୂହ ନମାଜ ପାଠ ପାଇଁ ବିଭିନ୍ନ ଇଦ୍‌ଗା ମୈଦାନ୍ ଓ ମସଜିଦ୍‌ରେ ପ୍ରବଳ ଭିଡ଼ ଜମିବ।

ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ୍ ମୁବାରକ ଜଣାଇବେ ସଭିଁଏ। ଏହାପରେ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ମଉଜର ଅାସର ଜମିବ।

 

You might also like