ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରାକୁ ଅଣ୍ଡା ମାଡ଼

ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ

ପୁରୀ : ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରାକୁ ଅଣ୍ଡା ମାଡ଼ ଅଭିଯୋଗ। ପୁରୀ ମହୋଦଧିକୁ ବିସର୍ଜନ ପାଇଁ ଯିବା ବାଟରେ ପୁରୀ ଚନ୍ଦନପୁର ନିକଟରେ ଶୋଭାଯାତ୍ରା ଉପରକୁ ଅଣ୍ଡା ମାଡ଼ କରାଯାଥିବା ଅଭିଯୋଗ ହୋଇଛି। ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ପ୍ରଭାତୀ ପରିଡ଼ା ଏହି ସଙ୍ଗୀନ ଅଭିଯୋଗ ଅାଣି ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବିଜୁ ଯୁବ ବାହିନୀର ଜଣେ କର୍ମୀ ଚିତାଭସ୍ମକୁ ଅଣ୍ଡା ମାଡ଼ କରିଥିବା ଅଭିଯୋଗ କରିଛନ୍ତି। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

You might also like