ପିଏନବି ଘୋଟାଲା: ମେହୁଲ ଚୋକ୍ସି ଗ୍ରୁପର ୧,୨୦୦ କୋଟିରୁ ଅଧିକ ସଂପତ୍ତି ବ୍ୟାଜାପ୍ତ
ନୂଆଦିଲ୍ଲୀ: ପିଏନବି ଦୁର୍ନୀତି ମାମଲାରେ ହୋଇଥିବା ଅର୍ଥ କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଗୀତାଞ୍ଜଳି ଜେମ୍ସର ପ୍ରମୋଟର ମେହୁଲ ଚୋକ୍ସିଙ୍କ ୪୧ ସଂପତ୍ତି (ଯାହାର ମୂଲ୍ୟ ୧,୨୦୦ କୋଟିରୁ ଅଧିକ) କୁ ବ୍ୟାଜାପ୍ତ କରିଛି।
ଏନେଇ ଏଜେନ୍ସି ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ଅଧୀନରେ ଏକ ପ୍ରୋଭିସନାଲ ଅର୍ଡ଼ର ଜାରି କରିଛି।
ବ୍ୟାଜାପ୍ତ ହୋଇଥିବା ସଂପତ୍ତିରେ ମୁମ୍ବାଇରେ ଥିବା ୧୫ଟି ଫ୍ଲାଟ ଓ ୧୭ଟି ଅଫିସ, କୋଲକାତାର ଏକ ମଲ୍, ଆଲିବାଗରେ ଥିବା ଚାରି ଏକରର ଫାର୍ମ ହାଉସ ବ୍ୟତୀତ ତାମିଲନାଡ଼ୁର ବିଭିନ୍ନ ଅଞ୍ଚଳରେ ଥିବା ୨୩୧ ଏକର ରହିଛି।
ଅର୍ଥ କାରବାରକୁ ନେଇ ପିଏନବି ମହା ଦୁର୍ନୀତି ମାମଲା ସାମନାକୁ ଆସିବା ପରେ ଗୀତାଞ୍ଜଳି ଜେମ୍ସର ପ୍ରମୋଟର ମେହୁଲ ଚୋକ୍ସି, ହୀରା ବ୍ୟବସାୟୀ ନିରବ ମୋଦି ଓ ଅନ୍ୟ ମାନଙ୍କୁ ଖୋଳତାଡ ଆରମ୍ଭ ହୋଇଯାଇଛି।