ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା : ତ୍ୱରିତ ଶୁଣାଣି ପାଇଁ କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଅନୁରୋଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା। ଏହାର ତ୍ୱରିତ ଶୁଣାଣି ପାଇଁ କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି ହିଞ୍ଜିଳିର ପରାଜିତ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର। ଗତ ଅକ୍ଟୋବର ମାସରେ ଓଡ଼ିଶା ହାଇକୋର୍ଟ ଦେଇଥିବା ଏ ସମ୍ପର୍କିତ ନିର୍ଦ୍ଦେଶର ମୌଖିକ ଶୁଣାଣି ପାଇଁ ନିବେଦନ କରିଛନ୍ତି ଦେବାନନ୍ଦ।

ଗତ ବିଧାନସଭା ନିର୍ବାଚନ ସମୟରେ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ ଦେବାନନ୍ଦ ମହାପାତ୍ର।

You might also like