ବିରିୟାନି ଖାଇଲେ, ପଇସା ମାଗିବାରୁ ଗୁଳି କରିଦେଲେ

କୋଲକାତା:  ଜଣେ ହୋଟେଲ ବ୍ୟବସାୟୀ ବିରିୟାନି ଖାଇଥିବା ଗ୍ରାହକଙ୍କୁ ପଇସା ମାଗିବାରୁ ଗୁଳି ଚୋଟରେ ପ୍ରାଣ ହରାଇଛନ୍ତି । ପୋଲିସର କହିବା ମୁତାବକ, ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଘଟିଛି ଏମିତି ଘଟଣା। ରବିବାର ରାତିରେ ଚାରି ଜଣ ଯୁବକ ଆସି ଏକ ହୋଟେଲରେ ବିରିୟାନି ମାଗିଥିଲେ I ବ୍ୟବସାୟୀ ଜଣଙ୍କ ଗୋଟିଏ ପ୍ଲେଟ୍‌ ବିରିୟାନି ପାଇଁ ଗ୍ରାହକଙ୍କୁ ୧୯୦ ଟଙ୍କା ମାଗିଥିଲେ। ଖାଇ ସାରିବା ପରେ ବିରିୟାନି ଦରକୁ ନେଇ ବ୍ୟବସାୟୀ ଓ ଯୁବକମାନଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ତାଙ୍କୁ ଗୁଳି କରି ଦେଇଥିଲା I

ବ୍ୟବସାୟୀ ସଞ୍ଜୟ ମଣ୍ଡଳଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଛି।

ପୋଲିସ କହିଛି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଫିରୋଜ୍‌କୁ ଗିରଫ କରାଯାଇଥିବାବେଳ ଅନ୍ୟମାନେ ଫେରାର ଅଛନ୍ତି। ସଞ୍ଜୟ ମଣ୍ଡଳଙ୍କର ଭାଇ କହିଛନ୍ତି ” ଫିରୋଜ୍‌ ମୋ ଭାଇକୁ ମାରିଛି” ଏବଂ ଏଥିରେ ଅନ୍ୟ ୪ ଜଣ ରାଜା, ଫିରୋଜ୍‌, ମେଗ୍ରି ଓ ସଲମାନ ଏହି ଘଟଣାରେ ସହାଯ୍ୟ କରିଛନ୍ତି। ଘଟଣା ପରେ ସଞ୍ଜୟ ମଣ୍ଡଳଙ୍କର ଭାଇ କହିଛନ୍ତି ଆମେ ସମସ୍ତେ ଏବେ ଭୟରେ ଅଛୁ, ଜାଣିପାରୁନୁ କେମିତି ଆମ ବ୍ୟବସାୟ ଚଳାଇବୁ।

 

ଆହୁରି ପଢ଼ନ୍ତୁ

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

You might also like