ମାଓ ମୁକାବିଲା ଚିନ୍ତା; ପୂର୍ବ ଭାରତ ଜୋନ୍‌ର ପୋଲିସ୍‌ ଅଧିକାରୀଙ୍କୁ ନେଇ ସମନ୍ୱୟ ବୈଠକ

ଭୁବନେଶ୍ୱର: ମାଓ ମୁକାବିଲା ନେଇ ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବାମପନ୍ଥୀ ଉଗ୍ରବାଦ ପ୍ରସଙ୍ଗରେ ଆନ୍ତରାଜ୍ୟ ସମନ୍ୱୟ ବୈଠକ ସହ ପୂର୍ବ ଭାରତ ଜୋନର ପୋଲିସ ଅଧିକାରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେଉଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାରଙ୍କ ସମେତ ପୂର୍ବାଞ୍ଚଳ ରାଜ୍ୟର ଡିଜିପି, ସିଆରପିଏଫ୍ ଓ ବିଏସଏଫ୍ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଡିଜିପି ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି।

ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେଉଛି ମାଓ ମୁକାବିଲା ନେଇ ରଣନୀତି, ଅପରେସନ ବେଳେ ସୁରକ୍ଷାବଳଙ୍କ ଭିତରେ ସମନ୍ୱୟ ରକ୍ଷା, ଜଏଣ୍ଟ ଅପରେସନ, ଗୁଇନ୍ଦା ସୂଚନାର ଆଦାନ ପ୍ରଦାନ, ସୁରକ୍ଷା ସମ୍ବନ୍ଧୀୟ ସୂଚନାର ଆଦାନ ପ୍ରଦାନ ଓ ଅପରେସନ ବେଳେ ଏସଓପି ପାଳନ ବିଷୟରେ ବୈଠକରେ କିଛି ସ୍ୱତନ୍ତ୍ର ନୀତି ନିର୍ଦ୍ଧାରଣ ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ

You might also like