ତଳକୁ ଖସୁଛି ଶିଳ୍ପ ଅନୁକୂଳ ବାତାବରଣ; ଥିଲା ୭, ଖସିଲା ୧୪କୁ

ଭୁବନେଶ୍ୱର: ପ୍ରଥମେ ୭, ପରେ ୧୧ ଆଉ ଏବେ ୧୪। ତଳକୁ ତଳ ଯାଉଛି ଶିଳ୍ପ ଅନୁକୁଳ ବାତାବରଣ ସୃଷ୍ଟି କରିବାରେ ଓଡିଶାର ସ୍ଥାନ। ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟିରେ ଆମର ସବୁ ପଡ଼ୋଶୀ ଆଗରେ ଅଛନ୍ତି।  ଆନ୍ଧ୍ର ପ୍ରଦେଶ ରହିଛି ଏକ ନମ୍ବରରେ। ତେଲେଙ୍ଗାନା ୨, ଝାଡଖଣ୍ଡ ଓ ଛତିଶଗଡ଼ ଅଛନ୍ତି ୪ ଓ ୬ ନମ୍ବର ସ୍ଥାନରେ। ଦୁଇଟି ମାପଦଣ୍ଡକୁ ନେଇ ପ୍ରସ୍ତୁତ ହୋଇଛି ତାଲିକା। ଗୋଟିଏ ହେଉଛି ଶିଳ୍ପ ସଂସ୍କାରର ସ୍କୋର ବୋର୍ଡ ଓ ଅନ୍ୟଟି ହେଉଛି ସଂସ୍କାରର ହିତାଧିକାରୀଙ୍କ ମତାମତ। ବଡ଼କଥା ହେଇଛି ଫିଡ୍‌ବ୍ୟାକ୍‌ ସ୍କୋର୍‌ ବା ମତାମତ ମାପଦଣ୍ଡରେ ଓଡିଶାର ସ୍କୋର ରହିଛି ମାତ୍ର ୩୯. ୨୦ପ୍ରତିଶତ। ରିଫର୍ମ ଏଭିଡେନ୍‌ସ ବା ସଂସ୍କାର ସ୍କୋର୍‌ରେ ରାଜ୍ୟ ପାଇଛି ୯୭.୮୩ ପ୍ରତିଶତ।

ତେବେ ଶିଳ୍ପକୁ ପ୍ରୋତ୍ସାହନରେ ଓଡ଼ିଶାର ସ୍କୋର କ୍ରମାଗତ କମୁଛି କାହିଁକି? କୁହାଯାଉଛି କିଛି ଶିଳ୍ପ ସଂସ୍ଥାରେ ଅଶାନ୍ତିର ଚିତ୍ର ଏଥିପାଇଁ ଦାୟୀ। ବିଜେପି କହିଛି ସରକାରୀ ପ୍ରୋତ୍ସାହନରେ ଶିଳ୍ପସଂସ୍ଥା ଉପରେ ଆକ୍ରମଣ ଯୋଗୁଁ ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣ ବିଗିଡ଼ିଛି। ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ଟୁଇଟରେ ତାଚ୍ଛଲ୍ୟ କରିଛନ୍ତି ଯେ ଏହା ନବୀନଙ୍କ ସଫଳତାର ମୁକୁଟରେ ଆଉ ଏକ ମଣି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟୁଇଟ କରି କହିଛନ୍ତି ଏହା ଦୁଃଖଦାୟକ। କିନ୍ତୁ ଯେତେବେଳେ ଓଡ଼ିଆ ବଞ୍ଚିବା ପାଇଁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି, ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡ଼ିଛି, କମ୍ପାନୀ ଗୁଡ଼ିକ ସରକାରଙ୍କ ଆକ୍ରମଣର ଶିକାର ହେଉଛନ୍ତି, ସେତେବେଳେ ଏହା ପୂର୍ବାନୁମେୟ।vlcsnap-error247

ନଭେମ୍ବରରେ ହେବ ମେକ୍ ଇନ ଓଡ଼ିଶା କନକ୍ଲେଭ୍‌। ତା ପୂର୍ବରୁ ନିବେଶକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଜର୍ମାନ, ଇଟାଲୀ  ଓ ସାଉଦି ଆରବ ଯାଇ ଫେରିଛନ୍ତି ରାଜ୍ୟର ଶିଳ୍ପ ମନ୍ତ୍ରୀ, ସଚିବ ଓ ଉଚ୍ଚସ୍ତରୀୟ ପ୍ରତିନିଧି। ତେବେ ପ୍ରଶ୍ନ ଯେତେବେଳେ ଶିଳ୍ପପାଇଁ ସରକାର ଅନୁକୁଳ ବାତାବରଣ ସୃଷ୍ଟି କରିବାରେ ବିଫଳ, ସେତେବେଳେ ବିଦେଶୀ କମ୍ପାନୀ ଓଡ଼ିଶା ପ୍ରତି ଆକୃଷ୍ଟ ହେବେ ତ?

You might also like
Comments
Loading...