ଉତ୍ତର ଭାରତରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟକା। ଦିଲ୍ଲୀ, ଏନସିଆର, ଗୁରୁଗ୍ରାମ ଅଂଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି।  ଭୂକମ୍ପ ପ୍ରଭାବରେ ହିମାଚଳ ପ୍ରଦେଶ, ପଂଜାବ ଓ ଜାମ୍ମୁ କାଶ୍ମୀର କିଛି ଅଂଚଳ ଥରି ଉଠିଥିଲା।

ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନରେ ହୋଇଥିବା ସୂଚନା ମିଳିଛି।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ରେକର୍ଡ କରାଯାଇଛି। ଭୂମିକମ୍ପ ପରେ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

You might also like