ପଦ୍ମାବତୀ ଗାଁରେ ଭୂମିକମ୍ପ ଭୟ
ନୟାଗଡ଼ : ପଦ୍ମାବତୀ ଗାଁ ରାସବିହାରୀ ମନ୍ଦିର ନିକଟରେ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇ ଫାଟି ଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ମନ୍ଦିର ନିକଟରେ କିଛି ପିଲା ଖେଳୁଥିବାବେଳେ ହଠାତ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଫଳରେ ମନ୍ଦିର ନିକଟରେ ଥିବା ସିମେଣ୍ଟ ରାସ୍ତା ଫାଟି ଗୋଟିଏ ପାଖ ଦବି ଯାଇଥିଲା। ସେଠାରେ ଖେଳୁଥିବା ପିଲାମାନେ ଭୟରେ ଏଣେତେଣେ ଦୌଡି ପଳାଇଥିବାବେଳେ, ଭୂମିକମ୍ପ ହୋଇଥିବା ଭାବି ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ କେଉଁ କାରଣରୁ ପ୍ରଚଣ୍ଡ ଶବ୍ଦ ଓ ରାସ୍ତା ଫାଟିଲା କିଛି ସ୍ପଷ୍ଟ ହୋଇନି।